ଭୁବନେଶ୍ୱର,୦୩ ଅକ୍ଟୋବର : ଆଜି ଭୁବନେଶ୍ୱରରେ ପହଁଚିଛନ୍ତି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ ଡିଜି ଯୋଗେନ୍ଦ୍ର ଚନ୍ଦ୍ର ମୋଦୀ । ତାଙ୍କ ସହ ଏନଆଇଏ ଆଇଜି ଜିପି ସିଂ ମଧ୍ୟ ଓଡିଶା ଆସିଛନ୍ତି ।

ଆଜି ରାଜ୍ୟ ପୋଲିସ ଭବନରେ ହେବାକୁ ଥିବା ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଭୟ ଅଧିକାରୀ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଆତଙ୍କବାଦ ନିରୋଧୀ ବାବଦରେ ତାଲିମ ଦିଆଯିବ । କୌଣସୀ ଆତଙ୍କବାଦୀ ମାମଲାରେ କେଉଁ ଦିଗକୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ ଓ ଏଥିପାଇଁ କଣ ଆଇନର ବ୍ୟବସ୍ଥା ରହିଛି ସେହି ବାବଦରେ କର୍ମଚାରୀଙ୍କୁ ପରାମର୍ଶ ଦିଆଯିବ । ଓଡିଶା ମଧ୍ୟ ଅନେକ ସମୟରେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି । ଏପରିକି ଏନଆଇଏ ସାଲେପୁରରୁ ଓ ରାଉରକେଲାରୁ ଆତଙ୍କବାଦୀ ଲିଙ୍କରେ ପୂର୍ବରୁ ଗିରଫଦାରୀ କରିଛି ।