ଭୁବନେଶ୍ୱର,୦୨ ଅକ୍ଟୋବର : ଆଉ ନିର୍ବାଚନ ଲଢିବେନି ଭକ୍ତ ଦାସ । ଯେତିକି ସମୟ ନିର୍ବାଚନ ଲଢିଛନ୍ତି ସେତିକି ଯଥେଷ୍ଟ ବୋଲି କଂଗ୍ରେସ ପଦଯାତ୍ରାରେ ସାଂସଦ ତଥା କଂଗ୍ରେସ ବରିଷ୍ଠ ନେତା ଭକ୍ତ ଦାସ ସୂଚନା ଦେଇଛନ୍ତି । ୯ ଥର ନିର୍ବାଚନ ଲଢ଼ିଲିଣି, ଏଣିକି ନୂଆ ପିଲାମାନେ ନିର୍ବାଚନ ଲଢ଼ିବେ। ଆମେ ତାର ମାର୍ଗ ଦର୍ଶକ ହେବୁ। ଆଜି ଏଭଳି କିଛି ଢଙ୍ଗରେ ନିର୍ବାଚନ ରାଜନୀତିରୁ ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ।

ସାଂସଦ ତଥା କଂଗ୍ରେସ ବରିଷ୍ଠ ନେତା ଭକ୍ତ ଦାସ ରାଜନୀତି ଜୀବନରୁ ସନ୍ୟାସ ନେବା ପାଇଁ ଚାହିଁଛନ୍ତି । ସେ ୯ଥର ନିର୍ବାଚନ ଲଢିଲେଣି । ଏଥିରୁ ସେ ୩ଥର ଏମପି ହୋଇଛନ୍ତି ଓ ୬ଥର ପରାଜିତ ହୋଇଥିଲେ । ସେ ଆଉ ଲୋକସଭା ନିର୍ବାଚନ ଲଢିବେନି । ନୂଆ ପିଲାଙ୍କୁ ସୁଯୋଗ ଦିଆଯାଉ । କଂଗ୍ରେସ ଦଳରେ ରହି ଲୋକଙ୍କ ପାଇଁ ସଂଗ୍ରାମ ଜାରି ରଖିବେ ବୋଲି କଂଗ୍ରେସ ପଦଯାତ୍ରା ଅବସରରେ ବରିଷ୍ଠ ନେତା ଭକ୍ତ ଦାସ କହିଛନ୍ତି ।