ନୂଆଦିଲ୍ଲୀ,୦୨ ଅକ୍ଟୋବର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିଲ୍ଲୀସ୍ଥିତ ରାଜ ଘାଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ମୋଦୀ ରାଜଘାଟ ପହଂଚି ଥଲେ । ସେଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ପୂର୍ବରୁ ମୋଦୀ ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରି ବାପୁଙ୍କୁ ସ୍ମରଣ କରିବା ସହିତ ଜାତିର ପିତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ମାନବଜାତି ପ୍ରତି ଗାନ୍ଧିଜୀଙ୍କ ଅବଦାନ। ତାଙ୍କର ସ୍ବପ୍ନଗୁଡ଼ିକୁ ସାକାର କରିବା ଲାଗି କଠିନ ପରିଶ୍ରମ ଜାରି ରଖିବୁ ଏବଂ ଏକ ଭଲ ପୃଥିବୀ ଗଢ଼ିତୋଳିବୁ ବୋଲି ମୋଦୀ ଟ୍ବିଟରରେ ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ମଧ୍ୟ ଟ୍ବିଟ କରି ଗାନ୍ଧିଜୀଙ୍କୁ ସ୍ମରଣ କରିଥିଲେ।

ସୂଚନାଯୋଗ୍ୟ ଯେ, ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଅକ୍ଟୋବର ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଗାନ୍ଧୀଜୀ ଏକ ସୁନାର ଭାରତ ପାଇଁ ସ୍ୱପ୍ନ ଦେଖିଥିବା ବେଳେ ଶାସ୍ତ୍ରୀ ଦେଶକୁ ଏକ କୃଷି ସମୃଦ୍ଧ ଭାରତ ଗଢ଼ିବାକୁ ଉଦ୍ୟମ କରିଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ସୋନିଆ ଗାନ୍ଧୀ ଆଜି ବିଜୟ ଘାଟ ମଧ୍ୟ ପହଂଚିଥିଲେ । କଂଗ୍ରେସର ଜଣାଶୁଣା ନେତା-ନେତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁରଙ୍କୁ ସେଠାରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।