ହ୍ୟୁଷ୍ଟନ୍‌,୨୩ ସେପ୍ଟେମ୍ବର : ଭାରତ-ଆମେରିକା ମଧ୍ୟରେ ଥିବା ବନ୍ଧୁତ୍ୱକୁ ଆହୁରି ସୁଦୃଢ କରିବାକୁ ଆୟୋଜିତ ହୋଇଥିବା ବିଶାଳ କାର୍ଯ୍ୟକ୍ରମ ‘ହାଓଡି ମୋଦି’ରେ ଓଡ଼ିଆ ଭାଷା ଓ ସଂସ୍କୃତିର ଝଲକ ଦେବାକୁ ମିଳିଛି। ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେବା ଅବସରରେ ‘ହାଓଡି ମୋଦି’ ଉତ୍ତରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଭାଷା ସମେତ ଓଡ଼ିଆରେ ମଧ୍ୟ ପଦେ କହିଥିଲେ। ମୋଦି ଓଡ଼ିଆରେ କହିଥିଲେ , ଭାରତରେ ‘ସବୁ ଭଲ ଅଛି’। ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଓଡ଼ିଆ ଏହା ଶୂଣି ଗର୍ବ ଅନୁଭବ କରିଥିଲେ। କେବଳ ଓଡ଼ିଆ ନୁହେଁ, ହିନ୍ଦୀ, ବଙ୍ଗାଳି, ଗୁଜରାଟୀ ସମେତ ବହୁ ଭାରତୀୟ ଭାଷାରେ ସମାନ କଥାକୁ ଦୋହରାଇଥିଲେ ପ୍ରଧାନମନ୍ତ୍ରୀ ।

ସେହିପରି ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ‘ଓଡ଼ିଶୀ’ ପରିବେଷଣ ହୋଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାୟ ୪ ଶହ କଳାକାର ଅଂଶଗ୍ରହଣ କରିଥିଲେ। । ଓଡ଼ିଶୀ ସହିତ ଅନ୍ୟ ଭାରତୀୟ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା । ଯାହାକୁ ଦେଖି ଭାରତୀୟ ବଂଶୋଦ୍ଭବ ବହୁତ ଆନନ୍ଦିତ ହୋଇଯାଇଥିଲେ ।