ଭୁବନେଶ୍ୱର,୦୩ ଅକ୍ଟୋବର : ଭୁବନେଶ୍ୱରସ୍ଥିତ ସିଟି ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି। ଶିକ୍ଷୟିତ୍ରୀଜଣକ ୟୁନିଟ-୬ସ୍ଥିତ ସିଟି ସ୍କୁଲର ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତି ବୋଲି ଜଣାଯାଇଛି।

ସୂଚନା ମୁତାବକ, ଭୁବନେଶ୍ୱର ୟୁନିଟ ୬ ସିଟି ସ୍କୁଲର ସହକାରୀ ଶିକ୍ଷୟତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଭାବେ ଆଜି ଭିଜିଲାନ୍ସର ଏକ ଟିମ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତିଳୋତ୍ତମାଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଛି । ତାଙ୍କ ଘରୁ ଅନେକ ଜରୁରୀ କାଗଜପତ୍ର ଦସ୍ତାବିଜ ସହ ୯ଟି ପ୍ଲଟ, ୨ଟି ଘର, ବ୍ୟାଙ୍କ ବାଲାନ୍ସ ସହ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଯାଂଚ ଜାରି ରହିଛି ।