ଭୁବନେଶ୍ୱର,୦୨ସେପ୍ଟେମ୍ବର : ଆଜିଠୁ ବିଧିବଦ୍ଧ ଭାବେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ମୁଖ୍ୟାଳୟରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ପାଇଁ ଦଳ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଯାହାର ଆବାହକ ବିଧାୟକ ଦେବୀ ପ୍ରସାଦ ମିଶ୍ର ଅଛନ୍ତି। ଗ୍ରାମାଞ୍ଚଳର ବିଭିନ୍ନ ୱାର୍ଡରେ ଲୋକଙ୍କୁ ଦଳ ସହ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଚଳିତ ଥର ଅଫ୍ ଲାଇନ୍ ସହ ଅନ୍‌ଲାଇନରେ ବି ବିଜେଡି ସଭ୍ୟ ସଂଗ୍ରହ କରିବ। ପ୍ରାୟ ୧ କୋଟି ସଭ୍ୟ ସଂଗ୍ରହ ଲାଗି ଦଳ ଲକ୍ଷ୍ୟ ରଖିଛି। ପ୍ରତି ଓ୍ୱାର୍ଡରୁ ୪, ଏନଏସିରୁ ୫, ମ୍ୟୁନିସପାଲିଟିରୁ ୧୫ ଓ କର୍ପୋରେସନରୁ ୪୦ ଜଣ ସକ୍ରିୟ ସଦସ୍ୟ ଏଥିରେ ସାମିଲ ହେବେ। ସେମାନେ ଜଣ ପିଛା ୨୫ ଜଣଙ୍କୁ ସଦସ୍ୟ କରାଇବେ। ଅକ୍ଟୋବର ୩୧ ତାରିଖ ଯାଏ ଏହି ଅଭିଯାନ ଚାଲିବ।