ଭୁବନେଶ୍ୱର,୧୧ ସେପ୍ଟେମ୍ବର : ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର,ବାଲେଶ୍ୱର,ଢେଙ୍କାନାଳ,ଅନୁଗୋଳ, ବଲାଙ୍ଗିର,ସୋନପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଝଡ଼ ତୋଫାନ ସହ ବଜ୍ରପାତ ହେବ। ଏଥିସହିତ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ। ସେହିପରି ଦକ୍ଷିଣ ଓଡ଼ିଶାର କିଛିଟା ସ୍ଥାନରେ ବର୍ଷା ହେବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆଜି ରାଜ୍ୟର ୧୨ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଅନୁମାନ କରାଯାଉଛି । ଏହି ସମୟରେ ଘଡ଼ଘଡ଼ି ହେବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ପରାମର୍ଶ ଦିଆଯାଇଛି । ୧୨ଟି ଜିଲ୍ଲାବାସିନ୍ଦାଙ୍କୁ ଦିନ ୧୦ଟା ୪୫ ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ନୟାଗଡ଼ । ଅନ୍ୟପକ୍ଷରେ ଗତକାଲିଠାରୁ ଜାରି ରହିଥିବା ବର୍ଷା ଆଗାମୀ ତିନି ଦିନ ଯାଏଁ ଆହୁରି ବର୍ଷିବ । ପାଣିପାଗ ବିଭାଗ ୪ଦିନ ପାଇଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।