ଖୋର୍ଦ୍ଧା,୧୧ ସେପ୍ଟେମ୍ବର : ହୀରାକୁଦରେ ଗେଟ୍‌ ଖୋଲିବା ଯୋଗୁଁ ରଜୁଆ ନଦୀରେ ଏବେ ଜଳ ସ୍ତର ବୃଦ୍ଧି ପାଇଛି । ଏହି ବନ୍ୟା ଜଳ ଖୋର୍ଦ୍ଧାର ୫ଟି ପଞ୍ଚାୟତର ୨୦ଟି ଗାଁ ଓ କଣାସ ବ୍ଲକର ୬ଟି ପଞ୍ଚାୟତକୁ ବୁଡ଼ାଇ ଦେଇଛି । ଫଳରେ ଲୋକଙ୍କର ଘରୁ ବାହାରିବା ଏବେ ଅସମ୍ଭବ ହୋଇପଡ଼ିଛି ।

ଲଗାଣ ବର୍ଷା ଯୋଗୁଁ ଦୟାନଦୀର ଶାଖା ରଜୁଆ ନଦୀରେ ପାଣି ବଢ଼ୁଛି । ଏହି ପାଣି ଅନେକ ଗାଁକୁ ଜଳମଗ୍ନ କରିଛି । ଖୋର୍ଦ୍ଧାର ୫ଟି ପଞ୍ଚାୟତ ଯଥା ଓରବରସିଂ, ମାନପୁର, ଓରମି ଓ ନରଣଗଡ଼ର ୨୫ ଟି ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ସେପଟେ କଣାସ ବ୍ଲକ୍‌ର ୬ଟି ଗାଁ ଜଳ ଘେରରେ ରହିଛି । ଲୋକମାନେ ଗତକାଲିଠାରୁ ଜଳବନ୍ଦୀ ହୋଇ ରହିଛନ୍ତି । କେହି ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି । କିନ୍ତୁ ଦୁଇ ଦିନ ହେଲାଣି କୌଣସି ସରକାରୀ ସହାୟତା ସେମାନଙ୍କ ନିକଟରେ ପହଁଚି ନ ଥିବା ଅଭିଯୋଗ ହୋଇଛି ।