କଟକ,୧୩ ଅଗଷ୍ଟ : କଟକ SCB ମେଡିକାଲ କଲେଜରେ ଚଳିତ ବର୍ଷ ପ୍ରଥମ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ହୋଇଛି। SCBରେ ଚିକିତ୍ସାଧୀନ ଜଣେ ଡେଙ୍ଗୁ ରୋଗୀଙ୍କର ଆଜି ମୃତ୍ୟୁ ହୋଇଛି । ମୃତକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଜଣେ ମହିଳା ବୋଲି SCB ପକ୍ଷରୁ କୁହାଯାଇଛି। ମୃତ ମହିଳାଙ୍କ ନାଁ ଦେବକୀ ବେହେରା (୬୦) । ଅସୁସ୍ଥତା ହେତୁ ଗତ ୨୯ ତାରିଖରେ କଟକ ବଡ଼ ମେଡିକାଲରେ ଆଡ଼ମିଟ୍‌ ହୋଇଥିଲେ। ବିଭିନ୍ନ ପରୀକ୍ଷା ପରେ ଡେଙ୍ଗୁ ଚିହ୍ନଟ ହେବାରୁ ଡେଙ୍ଗୁ ୱାର୍ଡର ICUରେ ତାଙ୍କ ଚିକିତ୍ସା ଚାଲିଥିଲା। ଆଜି ଭୋରୁ ଆଖି ବୁଜିଛନ୍ତି ଦେବକୀ । କଟକ ବଡ଼ ମେଡିକାଲରେ ଚଳିତ ବର୍ଷର ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ।