କଟକ,୧୧ ସେପ୍ଟେମ୍ବର : ସିଡିଏ ସେକ୍ଟର-୧୩ରେ ପୋଲିସ ଜଣଙ୍କୁ ଏନ୍‌କାଉଣ୍ଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧି ବୁଦ୍ଧିଆ ଦାସ ଆହତ ହୋଇଛି । ତାକୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏଥିରେ ଜଣେ ପୋଲିସ କର୍ମଚାରୀ ବିଶ୍ୱଜିତ ମହାନ୍ତି ଆହତ ହୋଇଛନ୍ତି ।

ବୁଧିଆ ସେକ୍ଟର-୧୩ ଅଞ୍ଚଳରେ ଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ବିଳମ୍ବିତ ରାତିରେ ପୁଲିସ୍ ସେହି ଅଞ୍ଚଳରେ ଚଢ଼ଉ କରିଥିଲା। ବୁଧିଆକୁ ପୁଲିସ୍‌ ଧରିବାକୁ ଉଦ୍ୟମ କଲାବେଳେ ସେ ପୁଲିସ୍‌କୁ ଚକମା ଦେଇ ଖସି ଯିବାକୁ ଚେଷ୍ଟା କରିଥିଲା। ଏହାପରେ ସେ ପୁଲିସ୍ ଉପରକୁ ଗୁଳିଚାଳନା କରିବାରୁ ପୁଲିସ୍ ଏହାର ପାଲଟା ଜବାବ ଦେଇଥିଲା। ପୁଲିସ୍‌ ଗୁଳିରେ ବୁଧିଆ ଆହତ ହୋଇଥିଲା। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଏନ୍‌କାଉଣ୍ଟର୍‌ ସମୟରେ ପୋଲିସ କର୍ମଚାରୀ ବିଶ୍ୱଜିତ ମହାନ୍ତି ଆହତ ହୋଇଛନ୍ତି ।

ଏନ୍‌କାଉଣ୍ଟର ସମୟରେ ତା ନିକଟରୁ ଗୋଟିଏ ପିସ୍ତଲ ଓ ୨ ରାଉଣ୍ଡ ଗୁଳି ଜବତ କରାଯାଇଛି । ବୁଦ୍ଧିଆ ନାଁରେ ବିଭିନ୍ନ ଥାନାରେ ୧୬ଟିରୁ ଅଧିକ ଅପରାଧିକ ମାମଲା ରହିଛି । ସେ ଗ୍ୟାଙ୍ଗ ଷ୍ଟାର୍‌ ଟିଟୋର ସହଯୋଗୀ ବୋଲି ଜଣାପଡ଼ିଛି ।