ଭୁବନେଶ୍ୱର,୧୪ଅଗଷ୍ଟ : ଆଜି ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନିଯୁକ୍ତି ଦିଆଯାଇଛି । ଆଦିତ୍ୟ ପାଢୀଙ୍କୁ ନୂଆ ନିଯୁକ୍ତି ପାଇଁ ରାଜ୍ୟପାଳ ଡ. ଗଣେଶୀ ଲାଲ ଅନୁମୋଦନ ଦେଇଛନ୍ତି । ଆଦିତ୍ୟ ପାଢୀଙ୍କ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିବା ପରେ ଏବେ ମୁଖ୍ୟ ଶାସନ ସଚିବ ପଦରେ କାହାକୁ ଦାୟିତ୍ୱ ଦିଆଯିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଆଦିତ୍ୟ ପାଢୀ ୧୯୮୩ ବ୍ୟାଚର ଜଣେ ଆଇଏଏସ ଅଧିକାରୀ ।