ଲଣ୍ଡନ,୧୦ ଜୁଲାଇ : ସାରା ବିଶ୍ୱର କ୍ରିକେଟପ୍ରେମୀଙ୍କ ନଜର ମାଂଚେଷ୍ଟର ପଡିଆରେ ଅଟକି ରହିଛି । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚର ଫଳାଫଳ କଣ ହେବ ତାକୁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି । ଗତକାଲି ବର୍ଷା ପାଇଁ ଖେଳକୁ ଅଧାରୁ ରୋକା ଯାଇଥିଲା । ସେତେବେଳେ ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ୱିକେଟ ହରାଇ ୨୧୧ ରନ କରିଥିଲା । ଘଂଟାଘଂଟା ଅପେକ୍ଷା କଲେ ମଧ୍ୟ ବର୍ଷା ଛାଡି ନଥିଲା । ଆଜି ଖେଳକୁ ପୁଣି ଥରେ ଆରମ୍ଭ କରାଯିବ ।

ଆଜି ଭାରତୀୟ ସମୟାନୁସାରେ ଅପରାହ୍ଣ ୩ଟାରୁ ଖେଳ ଆରମ୍ଭ ହେବ। ଗତକାଲି ଯେଉଁମାନେ ଟିକେଟ୍ କରି ଖେଳ ଦେଖିବାକୁ ଷ୍ଟାଡିୟମ୍‌କୁ ଆସିଥିଲେ, ସେମାନେ ଆଜି ସେହି ଟିକେଟ୍ ନେଇ ଖେଳ ଦେଖିବାକୁ ଆସିବେ। ଯଦି ଆଜି ପୁଣି ବର୍ଷା ବାଧା ସାଜିବ, ତା’ହେଲେ ଡକ୍‌ୱର୍ଥ/ଲୁଇସ୍ ନିୟମର ଉପଯୋଗ କରାଯିବ। ଆଉ ପୂରା ଦିନ ଖେଳ ହୋଇ ନପାରିଲେ ଭାରତ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି ସେମି ଫାଇନାଲ୍‌କୁ ଯାଇଥିବାରୁ ଫାଇନାଲ୍‌ରେ ପ୍ରବେଶ କରିବ।