ଚେନ୍ନାଇ,୧୬ଅଗଷ୍ଟ : ପୂର୍ବତନ କ୍ରିକେଟର ଭି.ବି. ଚନ୍ଦ୍ରଶେଖରଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ସେ ତାଙ୍କ ଦୁଇ ଝିଅ ଓ ସ୍ତ୍ରୀଙ୍କ ସହ ରହୁଥିଲେ। ଚନ୍ଦ୍ର ଶେଖର ଭିବି ନାମରେ ପରିଚିତ ଥିଲେ। ତାମିଲନାଡୁ ରଣଜୀ ଟିମ ପକ୍ଷରୁ ଖେଳି ସେ ଜାତୀୟ ଚୟନ କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ। ସେ ୧୯୮୮ରୁ ୧୯୯୦ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ଖେଳିଥିଲେ। ସେତେବେଳେ ସେ ତାମିଲନାଡୁ କ୍ରିକେଟର ଚେହେରା ଥିଲେ।

କିନ୍ତୁ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ବେଶ୍‌ ସଫଳତା ହାସଲ କରିଥିଲେ। ସେ ୮୧ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୪୯୯୯ ରନ୍‌ କରିଥିଲେ। ଏହା ସହିତ ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ। ଏହାବ୍ୟତୀତ ଗ୍ରେଗ୍‌ ଚାପେଲଙ୍କ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଥିବା ସ ମୟରେ ଚନ୍ଦ୍ରଶେଖର ଚୟନକର୍ତ୍ତା ରହିଥିଲେ।