ନୂଆଦିଲ୍ଲୀ, ଜୁନ ୧୯(ଖବର ଓଡିଶା):

 ଭାରତର ବିସ୍ପୋରକ ଓପନିଂ ବାମହାତି ବ୍ୟାଟ୍ସମ୍ୟାନ ଶିଖର ଧାୱନ ବିଶ୍ୱକପ 2019ରୁ ବାହର ହୋଇଛନ୍ତି । ବିଶ୍ୱକପରେ ବାକିଥିବା ସମୟ ମଧ୍ୟରେ ସେ ଫିଟ ହୋଇପାରିବେନି ତେଣୁ ଧାୱନ ବିଶ୍ୱକପରୁ ବାହର ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧାୱନଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏହାପର ଠାରୁ ସେ ପ୍ରାୟ ଦୁଇ  ସପ୍ତାହ ଧରି ଟୁର୍ଣ୍ଣାମେଣ୍ଟରୁ ବାହାରେ ଅଛନ୍ତି । ଆରାମ ନେବା ପରେ ମଧ୍ୟ ଧାୱନ ପୁରା ଫିଟ ହୋଇ ନାହାନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧାୱନ ବିଶ୍ୱକପରୁ ବାହାର ହୋଇଛନ୍ତି ।ଭାରତର ସହ କୋଚ ସଞ୍ଜୟ ବାଙ୍ଗର ପୂର୍ବରୁ ସୂଚନା ଦେଇ କହିଥିଲେ ଯେ ଟିମ ମ୍ୟାନେଜମେଣ୍ଟ ଧାୱନଙ୍କୁ ବିଶ୍ୱକପରୁ ବାହାର କରିବାକୁ ଚାହୁଁନି ଏବଂ ତାଙ୍କର ସ୍ୱାସ୍ଥ୍ୟର ଉନ୍ନତି ଉପରେ ନଜର ରଖିବାକୁ ଚାହୁଁଛି । ବାଙ୍ଗର କହିଥିଲେ ଯେ 10-12 ଦିନ ପର୍ଯ୍ୟନ୍ତ ଅପେକ୍ଷା କରାଯିବ । ଧାୱନ ପରି ଗୁରୁତ୍ୱପୂର୍ଣ୍ଣ ଖେଳାଳୀକୁ ଏହିପରି ହରାଇବାକୁ ଚାହୁଁନୁ ।