ବାଙ୍ଗାଲୋର,୨୬ ଜୁଲାଇ : କର୍ଣ୍ଣାଟକାରେ ମେଣ୍ଟ ସରକାର ଭାଙ୍ଗିବା ପରେ ସରକାର ଗଢ଼ିବା ନେଇ ଜାରି ରହିଥିବା ସସପେନ୍ସରେ ପୂର୍ଣ୍ଣଛେଦ ପକାଇଛି ବିଜେପି। ଆଜି ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ବିଜେପି ବିଧାୟକ ବିଏସ୍ ୟେଦ୍ଦୁରପ୍ପା ସରକାର ଗଢ଼ିବା ପାଇଁ ଦାବି କରିଛନ୍ତି। ଆଜି ସଂଧ୍ୟା ୬ଟାରେ ୟେଦୁରପ୍ପା ଶପଥ ଗ୍ରହଣ କରିବେ । ଏବେ ୟେଦୁରପ୍ପା ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ରାଜ୍ୟ ବିଧାନସଭାରେ ହୋଇଥିବା ଫ୍ଲୋର ଟେଷ୍ଟରେ ଭାରତୀୟ ଜନତା ପାର୍ଟି ବହୁମତ ଲାଭ କରିଥିଲା । ଦଳ ମ୍ୟାଜିକ ନମ୍ବର ଛୁଇଁଥିଲା । ଏହି ଟେଷ୍ଟରେ କଂଗ୍ରେସ-ଜେଡିଏସ ମେଂଟକୁ ୯୯ଟି ଭୋଟ ମିଳିଥିବା ବେଳେ ବିଜେପି ଖାତାରେ ୧୦୫ଟି ଭୋଟ ପଡିଥିଲା । ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟିବା ପରେ ରାଜଭବନରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି ା ଏଥିରେ ଆଜି ସଂଧ୍ୟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ସହ ଆଶନ୍ତା 31ରେ ୟେଦୁରପ୍ପାଙ୍କୁ ଫ୍ଲୋର ଟେଷ୍ଟର ସାମ୍ନା କରିବାକୁ ପଡିବ ବୋଲି କୁହାଯାଇଛି