ହାଇଦ୍ରାବାଦ,୨୮ ଜୁଲାଇ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଏସ.ଜୟପାଲ ରେଡ୍ଡୀଙ୍କର ୭୭ ବୟସରେ ପରଲୋକ ହୋଇଛି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଆସନ୍ତାକାଲି ହାଇଦ୍ରାବାଦରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ଜଣାପଡ଼ିଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ମାତ୍ର ଶନିବାର ଦିନ ରେଡ୍ଡୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଏଆଇଜି ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେ ୨୦୦୯ ପଂଚଦଶ ଲୋକସଭା ନିର୍ବାଚରେ ଚେଭେଲା ଆସନରୁ ନିର୍ବାଚିତ ହୋଇ ସଂସଦ ପହଂଚିଥିଲେ । ମନମୋହନ ସିଂହଙ୍କ ସରକାରରେ ତାଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବଦ୍ୟା ଓ ଭୂବିଜ୍ଞାନ ମନ୍ତ୍ରୀ ପଦ ମିଳିଥିଲା । ଏସ ଜୟପାଳଙ୍କ ରେଡ୍ଡୀଙ୍କ ନିଧନରେ ପରିବାର ଲୋକେ, ଆତ୍ମୀୟ ସ୍ୱଜନ ଭାଙ୍ଗିପଡ଼ିଥିବା ବେଳେ କଂଗ୍ରେସର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦଳୀୟ ସଂଗଠନକୁ ମଜବୁତ କରିବାରେ ଜୟପାଳ ରେଡ୍ଡୀଙ୍କର ସ୍ମରଣୀୟ ଭୂମିକା ଥିଲା ।