ନୂଆଦିଲ୍ଲୀ,୧୧ ସେପ୍ଟେମ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ତଥା ଆଇଏସ ଅଧିକାରୀ ପ୍ରମୋଦ କୁମାର ମିଶ୍ର । ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଗୁଜରାଟ କ୍ୟାଡର ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ଏହି ଦାୟିତ୍ୱ ନେଇଛନ୍ତି। ସମ୍ବଲପୁର ବାସିନ୍ଦା ପ୍ରମୋଦ ହେଉଛନ୍ତି ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍‌। ପିକେ ମିଶ୍ର ପୂର୍ବରୁ ଗୁଜରାଟ ସରକାରଙ୍କ ସହିତ କାମ କରି ସାରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ ପି.କେ ମିଶ୍ର । ପ୍ରମୋଦ କୁମାର ମିଶ୍ର ଓଡ଼ିଶାର ସମ୍ବଲପୁର ପଟ୍ଟନାୟକ ପଡ଼ା ବାସିନ୍ଦା । ସେ ୧୯୭୨ ବ୍ୟାଚ ଗୁଜୁରାଟ କ୍ୟାଡର ଆଇଏଏସ ଥିଲେ ।

ପ୍ରମୋଦ କୁମାର ମିଶ୍ରଙ୍କର ପଦନ୍ନୋତି ହୋଇଛି । ୨୦୦୧ରୁ ୨୦୦୪ ଯାଏଁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ । ଏହା ପରେ ୨୦୦୬ରୁ ୨୦୦୮ ଯାଏଁ ପ୍ରାମୋଦ ମିଶ୍ର କେନ୍ଦ୍ର କୃଷି ସଚିବ ଥିଲେ । ଏନଏଡିପି ଓ ଖାଦ୍ୟ ସୁରକ୍ଷା ମିସନ କାର୍ଯ୍ୟକାରୀ କରିଥିଲେ ।