ନୂଆଦିଲ୍ଲୀ,୧୨ ଅଗଷ୍ଟ : ଉଦ-ଉଲ-ଜୁହା ଅବସରରେ ପାକିସ୍ତାନ ବିଏସଏଫଙ୍କ ଠାରୁ ମିଠା ନେବାକୁ ମନା କରିଦେଇଛି । କାଶ୍ମୀରର ହୁସେନବାଲା ସୀମାରେ ଚଳିତ ଥର ମିଠା ଆଦାନ ପ୍ରଦାନ ହୋଇପାରିଲା ନାହିଁ । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସରକାର ଭାରତ ସହ ସୌଜନ୍ୟମୂଳକ ସମ୍ପର୍କ ମଧ୍ୟ ଛିନ୍ନ କରିଛି।

ତେବେ ପାକିସ୍ତାନ ରେଞ୍ଜର୍ସ ଏହାକୁ ଗ୍ରହଣ କରି ନଥିଲେ। ଫଳରେ ବର୍ଷ ବର୍ଷ ଧରି ଚାଲିଥିବା ପରମ୍ପରାରେ ଆଜି ଏକ ବ୍ୟତିକ୍ରମ ସୃଷ୍ଟି ହୋଇଛି। ପ୍ରତିବର୍ଷ କୌଣସି ପର୍ବ ପର୍ବାଣୀରେ ଉଭୟ ଦେଶର ସେନା ୱାଘା-ଅଟ୍ଟାରୀ ସୀମାନ୍ତରେ ପରସ୍ପରକୁ ମିଠା ଦେବା ସହ ଶୁଭେଚ୍ଛା ଜଣାଇ ଥାଆନ୍ତି। ବିଏସଏଫ ଯବାନଙ୍କ କହବାନୁଯାୟୀ ,ପ୍ରତିବର୍ଷ ଉତ୍ସବରେ ପାକିସ୍ତାନ ତରଫରୁ ମିଠା ଦେଣନେଣ ପାଇଁ ସନ୍ଦେଶ ଆସୁଥିଲା କିନ୍ତୁ ଚଳିତ ଥର ଆସିନାହିଁ । ପାକିସ୍ତାନ ମିଠା ପ୍ୟାକେଟ ଦେଇଥିଲେ ହେଁ ଭାରତୀୟ ସେନା ଏହାକୁ ଗ୍ରହଣ କରି ନଥିଲା। ରାମଗଡ଼ ସେକ୍ଟରରେ ପାକିସ୍ତାନ ରେଞ୍ଜର୍ସ ୪ ଜଣ ବିଏସ୍‌ଏଫ୍‌ ଯବାନଙ୍କୁ ହତ୍ୟା କରିଥିବାରୁ ଏହାର ପ୍ରତିବାଦରେ ବିଏସ୍‌ଏଫ୍‌ ଯବାନମାନେ ଏଭଳି ଆଚରଣ ପ୍ରଦର୍ଶନ କରିଥିଲେ।