ନୂଆଦିଲ୍ଲୀ,୧୦ ସେପ୍ଟେମ୍ବର : ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ମାତ୍ର ୨.୧ କିମି ଦୂରରୁ କେଉଁଆଡେ ଅଦୃଶ୍ୟ ହୋଇଯାଇଥିବା ଲ୍ୟାଣ୍ଡର ବିକ୍ରମ ସହ ଏଯାଏଁ ଯୋଗାଯୋଗ କରିହେଉ ନାହିଁ। ଇସ୍ରୋ ଟ୍ଵିଟ୍ କରି ଏହି ବିଷୟରେ ସୂଚନା ଦେଇଛି। ଇସ୍ରୋ ମୁତାବକ ଚନ୍ଦ୍ରଯାନ-୨ର ଅର୍ବିଟର ବିକ୍ରମ ଲ୍ୟାଣ୍ଡରକୁ ଖୋଜି ବାହାର କରିଛି। କିନ୍ତୁ ତାହା ସହ କୌଣସୀ ଯୋଗାଯୋଗ କରି ହେଉ ନାହିଁ। ଏଥିପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଉଛି।

ବିକ୍ରମ ଚନ୍ଦ୍ରପୃଷ୍ଠରେ ତେରଛା ପଡିଥିବା ଏବଂ ଏଥିରେ କୌଣସୀ ଭଙ୍ଗାରୁଜା ନହୋଇଥିବା ଗତକାଲି ଖବର ମିଳିଥିଲା। ଅର୍ବିଟର ଯେଉଁ ଫଟୋ ପଠାଇଥିଲା ସେଥିରେ ବିକ୍ରମର କୌଣସୀ ଟୁକୁଡା ନହୋଇଥିବା ଦେଖାଯାଇଥିଲା। ଏହାର ଅର୍ଥ ବିକ୍ରମ ବିଲକୁଲ ଠିକ୍ ଅଛି। ଏହାପରେ ବୈଜ୍ଞାନିକମାନେ ବିକ୍ରମ ସହ ସମ୍ପର୍କ କରିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି।