ନୂଆଦିଲ୍ଲୀ,୦୩ ଜୁଲାଇ : ଟିମ୍‌ ଇଣ୍ଡିଆର ବ୍ୟାଟସ୍‌ମ୍ୟାନ୍‌ ଅମ୍ବାତି ରାୟୁଡୁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରା ନ ଯିବାରୁ ସେ ଏଭଳି ଅବସର ଘୋଷଣା କରିଥିବା କୁହାଯାଉଛି। ଅମ୍ବାତି ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ହେଁ ପୂର୍ବରୁ ଆଇପିଏଲ୍‌ ଖେଳିବେ। ୩୩ ବର୍ଷିୟ ଅମ୍ବାତି ରାୟୁଡୁଙ୍କ ସ୍ଥାନରେ ଯୁବ କ୍ରିକେଟର ବିଜୟ ଶଙ୍କରଙ୍କୁ ଚୟନ କରାଯାଇଥିଲା। ତବେ ଆଇପିଏଲ ଖେଳିବେ କି ନାହିଁ ତାହା ରାୟୁଡୁ ସ୍ପଷ୍ଟ କରିନାହାନ୍ତି।

୨୦୧୩ ଜୁଲାଇ ୨୪ରେ ଜିମ୍ବାୱେ ବିରୋଧରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ସେ ଡେବ୍ୟୁ କରିଥିଲେ। ଏହି ମ୍ୟାଚରେ ସେ ୬୩ ରନ କରିଥିଲେ।ଗତ ଏକ ବର୍ଷ ଧରି ଦଳରେ ଥିବା ଏହି ଆନ୍ଧ୍ର ଖେଳାଳୀ ଚାରି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥାଆନ୍ତି । କିନ୍ତୁ ତାଙ୍କ ସ୍ଥାନରେ ବିଜୟ ଶଙ୍କରକୁ ସୁଯୋଗ ମିଳିଛି । ଦିନିକିଆରେ ସେ ୧୬୯୪ ରନ୍‌ କରିଛନ୍ତି । ତାଙ୍କର ସର୍ବୋଚ୍ଚ ରନ୍‌ ସ୍କୋର ରହିଛି ୧୨୪ । ସେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ କରିଛନ୍ତି । ତେବେ ୫ଟି ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ସେ ମାତ୍ର ୪୨ ରନ୍‌ କରିଛନ୍ତି ।