ସାଉଥଆମ୍ପଟନ, ଜୁନ୍ ୨୨:

ସାଉଥମ୍ପଟନ ମୈଦାନରେ ଭାରତୀୟ ଟିମ୍‌ର ପ୍ରଦର୍ଶନ ଖରାପ ରହିଛି । ଆଫଗାନିସ୍ତାନର ସ୍ପିନର୍ସ ଭାରତୀୟ ବ୍ୟାଟ୍ୱମ୍ୟାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ଟିମ୍‌ ଇଣ୍ଡିଆ କେବଳ 224 ରନ୍‌ରେ ଅଟକି ଯାଇଥିବା ବେଳେ 225 ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି ଆଫଗାନିସ୍ତାନ ।

କ୍ୟାପ୍ଟେନ ବିରାଟ କୋହଲି ଲଗାତାର ତୃତୀୟ ଅର୍ଦ୍ଧଶତକ କରିଛନ୍ତି । ଆଜିର ମ୍ୟାଚରେ 67 ରନ୍‌ରେ ବିରାଟ ଅଟକିଥିବା ବେଳେ କେଦାର ଯାଦବ 52 ରନ୍‌ କରିଛନ୍ତି ।

ଆଇସିସି କ୍ରିକେଟ ବିଶ୍ୱକପର ୨୮ ତମ  ମ୍ୟାଚ ଆଜି ସାଉଥଆମ୍ପଟନରେ ଟିମ୍ ଇଣ୍ଡିଆ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲ ବାଟ ସହଜ କରିବାକୁ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିଥିବା ବେଳେ ଆଫଗାନିସ୍ତାନ ତାର ପ୍ରଥମ ବିଜୟ ପାଇଁ ଚେଷ୍ଟା କରିବ ।

ଆଫଗାନିସ୍ତନ- ହାଜ୍ରାତୁଲ୍‌ହା ଜଜାଇ, ନୁର ଅଲ୍ଲୀ ଜଦ୍ରାନ, ରହମାତ ଶାହା, ହସମୁତୁଲ୍‌ହା ଶାହିଦି, ଅସଘର ଅଫଘାନ୍, ଗୁଲବଦୀନ ନାଏବ(ଅଧିନାୟକ), ମଦମ୍ମଦ ନବି, ଇକ୍ରମ ଅଲ୍ଲୀ ଖିଲ(ୱିକେଟ ରକ୍ଷକ), ନାଜିବୁଲ୍‌ହା ଜଦ୍ରାନ୍ ରାଷିଦ୍ ଖାନ, ଅଫତାବ୍ ଆଲମ୍, ମୁଜିବ ଉର୍ ରେହମାନ ।

ଭାରତୀୟ ଦଳ: ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ୍ କୋହଲି(ଅଧିନାୟକ), ବିଜୟ ଶଙ୍କର, ଏମ୍ ଏସ୍ ଧୋନି(ୱିକେଟ ରକ୍ଷକ), କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ୍ ବୁମରା, ମହମ୍ମଦ ସାମି