ନୂଆଦିଲ୍ଲୀ,୧୩ ଅଗଷ୍ଟ : ଅଗଷ୍ଟ ୨୦ ତାରିଖ ସୁଦ୍ଧା ଚନ୍ଦ୍ରଯାନ-୨, ଚନ୍ଦ୍ରର କକ୍ଷରେ ପହଞ୍ଚିବ। ସେପ୍ଟେମ୍ୱର ୭ ତାରିଖରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଅଧ୍ୟକ୍ଷ ଡା.କେ.ଶିବନ କହିଛନ୍ତି।

ଇସ୍ରୋର ଅଧ୍ୟକ୍ଷ କେ ଶିବାନ ଚନ୍ଦ୍ରଯାନ-୨ କାର୍ଯ୍ୟକ୍ରମ ବାବଦରେ ସୋମବାର କହିଛନ୍ତି, ଅଗଷ୍ଟ ୨୦ରେ ଏହା ଚନ୍ଦ୍ର ନିକଟରେ ପହଂଚିବ ଏବଂ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ପହଂଚିବାକୁ ନେଇ ଆମେ ଯୋଜନା କରିଛୁ । ସେ କହିଛନ୍ତି, ଅଗଷ୍ଟ ୧୪ ପରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠର ଖୁବ ନିକଟତର ହୋଇଯିବ । ଅଗଷ୍ଟ ୧୪ ଭୋର ସକାଳୁ ଚନ୍ଦ୍ରପୃଷ୍ଠ ନିକଟରେ ଚନ୍ଦ୍ରଯାନ-୨ ପହଂଚିବ ।ସୂଚନାଯୋଗ୍ୟ ଭାରତ ଗତ ଜୁଲାଇ ୨୨ରେ ଇସ୍ରୋର ବଡ଼ ଉଦ୍ୟମ ବଳରେ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ-୨କୁ ସଫଳତାର ସହିତ ଉତକ୍ଷେପଣ କରିଛି । ଚନ୍ଦ୍ରପୃଷ୍ଠକୁ ଉପଗ୍ରହ ପଠାଇବାରେ ବିଶ୍ୱରେ ଭାରତ ହେବ ୪ର୍ଥ ଦେଶ ।