ନୂଆଦିଲ୍ଲୀ, ଜୁନ ୦୮:

ଆଇସିସି ବିଶ୍ୱକପ ୨୦୧୯ରେ ମହେନ୍ଦ୍ର ସିଂ ଧୋନୀଙ୍କୁ ସେନାର ସଙ୍କେତ ଥିବା ଗ୍ଲୋଭସ ବ୍ୟବହାର ପାଇଁ ଅନୁମତି ଦେଇପାରିବ ନାହିଁ ବୋଲି କହିଛି  । ଆଇସିସି ତରଫରୁ ଧୋନୀ ନିୟମ ଭାଙ୍ଗିଥିବା କୁହାଯାଇଛି । ଆଇସିସିର ନିୟମରେ କୌଣସୀ ଘରୋଇ ଦ୍ରବ୍ୟ, ବ୍ୟକ୍ତିଗତ ସନ୍ଦେଶ ବ୍ୟବହାର ପାଇଁ ଅନୁମତି ନାହିଁ । ଏହାସହ ଧୋନୀ ଗ୍ଲୋଭସକୁ ନେଇ ଥିବା ନିୟମକୁ ଭାଙ୍ଗିଛନ୍ତି ବୋଲି ଆଇସିସି କହିଛି ।

ଗତ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ଧୋନୀ ପାରା କମାଣ୍ଡୋଙ୍କ ବଳୀଦାନ ସଙ୍କେତ ଥିବା ଗ୍ଲୋଭସ ପିନ୍ଧିଥିଲେ । ଯାହାକୁ ନେଇ ବିବାଦ ଉପୁଜିଥିଲା । ତେବେ ଆସନ୍ତା ରବିବାର ଅଷ୍ଟ୍ରଲିଆ ବିରୋଧରେ ହେବାକୁ ଥିବା ମ୍ୟାଚରେ ଧୋନୀ ଏହି ଗ୍ଲୋଭସ ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ, ସେ ବିସିସିଆଇକୁ ଗ୍ଲୋଭସ ନପିନ୍ଧିବା ନେଇ ସ୍ପଷ୍ଟ କରିଛନ୍ତି । ଯଦି ଏହା ନିୟମର ଉଲଂଘନ ତେବେ ସେ ଏହାକୁ ଧାରଣ କରିବେ ନାହିଁ ଏବଂ ଖୁସିରେ ଏହାକୁ ବାହାର କରିଦେବେ ବୋଲି କହିଛନ୍ତି ।