ଖରାଦିନେ ଅସହ୍ୟ ଗରମ ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥାଏ । ଏହା ମଧ୍ୟରେ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ନିଜ ଶରୀରର ଯତ୍ନ ନେବା । ଏହି ଗରମ ଦିନରେ ସ୍ୱାସ୍ଥ୍ୟ ପାଇଁ କଳା ଲୁଣର ଉପକାରିତା ବିଷୟରେ ଆସନ୍ତୁ ଜାଣିବା ।

କଳା ଲୁଣ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ । ସ୍ୱାସ୍ଥ୍ୟ ସମ୍ପନ୍ଧୀୟ ଅନେକ ଫାଇଦା ଯୋଗାଇ ଥାଏ କଳା ଲୁଣ । ଏଥିରେ ସୋଡ଼ିମ କ୍ଲୋରାଇଡ଼ , ସୋଡ଼ିୟମ ସଲଫେଟ, ଆଇରନ ସଲଫାଇଡ଼, ସୋଡ଼ିୟମ ସଲଫାଇଟ ଏବଂ ହାଇଡ଼୍ରୋଜେନ ସଲଫାଇଡ଼ ଭରପୁର ପରିମାଣର ରହିଥାଏ । ସାଧାରଣତଃ କିଛି ଥଣ୍ଡା ପନୀୟରେ କଳା ଲୁଣର ବ୍ୟବହାର କରାଯାଇଥାଏ । ସାଲାଡ଼ , ଜଲଜିରା , ଲେମ୍ବୁପାଣିରେ ମଧ୍ୟ କଳାଲୁଣ ବ୍ୟବହାର ହୋଇଥାଏ । କଳାଲୁଣ ଏକ ଔଷଧ ଭଳି କାମ କରିଥାଏ ।

କଳା ଲୁଣ ପାଚନ ସମସ୍ୟାକୁ ଦୂର କରିଥାଏ । ପେଟ ଗ୍ୟାସ ହେବା କିମ୍ବା ଛାତି ଜଳାପୋଡ଼ା ଭଳି ଲାଗୁଥିଲେ ମଧ୍ୟ କଳା ଲୁଣ ଏଥିରୁ ମୁକ୍ତି ଦେଇଥାଏ ।