ନୂଆଦିଲ୍ଲୀ, ଜୁନ ୨୯:

ଜାପାନର ଅଶୋକା ସହରରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ପହଁଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନଙ୍କ ସହିତ ସାକ୍ଷାତ କରିଛନ୍ତି । ଏହାରି ମଧ୍ୟରେ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସ୍‌ନ୍‌ ଭାରତର ମୋଦୀଙ୍କ ସହିତ ସେଲ୍‌ ଫି ନେବା ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି ।

ମୋରିସନ୍‌ ମୋଦୀଙ୍କ ସହିତ ସେଲ୍‌ଫି ନେଇ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଫଟୋରେ ଲେଖିଛନ୍ତି ‘‘କିତ୍‌ନା ଅଚ୍ଛା ହୈ ମୋଦୀ!’’ ଅର୍ଥାତ୍‌ ମୋଦୀ କେତେ ଭଲ ଅଟନ୍ତି ।

ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୃଥକ୍‌ ଭାବେ ଇଣ୍ଡୋନେସିଆ ଏବଂ ବ୍ରାଜିଲ୍‌ର ରାଷ୍ଟ୍ରପତିଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବାଣିଜ୍ୟ ଓ ବିନିଯୋଗ କ୍ଷେତ୍ରରେ ସହଯୋଗ ବୃଦ୍ଧି କଥା ଆଲୋଚନା କରିଛନ୍ତି । ପରେ ପ୍ରଧାନମନ୍ତ୍ରୀ ମୋଦୀ ତୁର୍କୀ ଓ ଅଷ୍ଟ୍ରେଲିୟା ନେତାଙ୍କୁ ସାକ୍ଷାତ କରିଛନ୍ତି ।