ନୂଆଦିଲ୍ଲୀ, ଜୁନ ୨୭:

ଜି-୨୦ ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ପହଁଚିଛନ୍ତି । ଏହି ଅବସରରେ ସେ କୋବେର ଜନତାଙ୍କୁ ସମ୍ବୋନ୍ଧନ କରିଛନ୍ତି ।

ମୋଦୀ କହିଛନ୍ତି ଯେ, ୭ମାସ ପରେ ଏଠାକୁ ଆସି ସେ ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛନ୍ତି । ଆଜି ଯଦି ସେ ଏଠାରେ ଅଛନ୍ତି ତେବେ ଏହା କେବଳ ଲୋକତନ୍ତ୍ର କାରଣରୁ ଏବଂ ଲୋକଙ୍କ ବିଶ୍ୱାସ ଭରସା କାରଣରୁ ହୋଇ ପାରିଛି । ୧୩୦ କୋଟି ଭାରତୀୟ ମଜବୁତ ସରକାର ଗଠନ କରିଛନ୍ତି । ତିନି ଦଶକ ପରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ସହ ଦ୍ୱିତୀୟ ଥର ପାଇଁ ଆମେ ସରକାର ଗଠନ କରି ପାରିଛୁ । ଆମେ ଏହି ମନ୍ତ୍ର ସହ ଆଗକୁ ବଢିବୁ । ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ହେବ ।ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଦୁନିଆ ସହ ଭାରତର ସମ୍ବନ୍ଧ ବିଷୟରେ ବାର୍ତାଳାପ ହୁଏ ସେହି ସମୟରେ ଜାପାନ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରେ । ଏହି ସମ୍ବନ୍ଧ ଆଜିର ନୁହେଁ ଏହା ବହୁ ବର୍ଷର ପୁରୁଣା ସମ୍ପର୍କ । ଏହି ସମ୍ବନ୍ଧରେ ଜଣେ ଅନ୍ୟ ଜଣଙ୍କ ସହ ସଂସ୍କୃତିକୁ ନେଇ ସମ୍ମାନ ଏବଂ ସାମଞ୍ଜସ୍ୟତା ରଖିଛନ୍ତି ବୋଲି ମୋଦୀ କହିଛନ୍ତି ।