ନୂଆଦିଲ୍ଲୀ, ଜୁନ ୨୩ :

ଭାରତରେ ଧର୍ମ ନାମରେ ହିଂସା ବୃଦ୍ଧି ପାଉଛି ବୋଲି ଆମେରିକା ଦେଇଥିବା ରିପୋର୍ଟକୁ ବୈଦେଶିକ ମନ୍ତ୍ରାଳୟ ଖାରଜ କରିଛି । ଆଜି ବୈଦେଶିକ ମନ୍ତ୍ରାଳୟ ଏନେଇ ପ୍ରତିକ୍ରିୟା ରଖି କହିଛି କି, ଭାରତ ନିଜ ଧର୍ମନିରପେକ୍ଷତା ପାଇଁ ଗର୍ବ ଅନୁଭବ କରୁଛି । ଏହା ସହିଷ୍ଣୁତା ଏବଂ ସମବେଶତାର ଦୀର୍ଘକାଳୀନ ପ୍ରତିବଦ୍ଧତା ସହ ସବୁଠୁ ବଡ ଲୋକତନ୍ତ୍ର ଏବଂ ବହୁଳତାବାଦୀ ସମାଜ ହୋଇ ରହିଛି ।

ଭାରତୀୟ ସମ୍ବିଧାନ ନିଜର ଅଳ୍ପସଂଖ୍ୟକ ସମୁଦାୟ ସହିତ ସମସ୍ତ ନାଗରିକଙ୍କୁ ମୌଳିକ ଅଧୀକାରର ଗ୍ୟାରେଂଟି ଦେଉଛି । ଆମେ ନିଜର ନାଗରିକଙ୍କ ସାମ୍ବିଧାନିକ ରୂପରେ ଥିବା ସଂରକ୍ଷିତ ଅଧୀକାରରେ ଅନ୍ୟ କୋଣସୀ ଦେଶର ହସ୍ତକ୍ଷେପକୁ ବରଦାସ୍ତ କରିବୁ ନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି ।

ଆମେରିକା ବୈଦେଶିକ ବିଭାଗ ନିଜର ବାର୍ଷିକ ୨୦୧୮ ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା ରିପୋର୍ଟରେ ଅଭିଯୋଗ ଆଣିଛି କି, ଶାସନରେ ଥିବା କେତେକ ବିଜେପି ବରିଷ୍ଠ ଅଧିକାରୀ ଅଳ୍ପସଂଖ୍ୟକ ସମୁଦାୟଙ୍କ ବିରୋଧରେ ହିଂସାତ୍ମକ ଭାଷଣ ଦେଉଛନ୍ତି । ଚରମପନ୍ଥୀ ହିନ୍ଦୁ ସମୂହଙ୍କ ଦ୍ୱାରା ଅଳ୍ପସଂଖ୍ୟକ ସମୁଦାୟ ତଥା ବିଶେଷ କରି ମୁସଲମାନଙ୍କ ବିରୋଧରେ ବର୍ଷସାରା ଆକ୍ରମଣ ଜାରୀ ରହିଥାଏ । ତେବେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଭାରତ ଗସ୍ତରେ ଆସିବେ । ଏହି ସମୟରେ ସେ ଭାରତର ବୈଦେଶିକ ମନ୍ତ୍ରିଙ୍କ ସହ ବାର୍ତାଳାପ କରିବେ ।

ପୋମ୍ପିଓ କହିଛନ୍ତି କି, ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା ଟ୍ରମ୍ପ ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା । ଟ୍ରମ୍ପ ପ୍ରଶାସନ ବୈଦେଶିକ ନୀତିରେ ଅଦ୍ଭୁତପୂର୍ବ ଭାବରେ ଧାର୍ମିକ ସ୍ୱତନ୍ତ୍ରତାକୁ ପ୍ରୋତ୍ସାହନ ଦିଏ ।