ନୂଆଦିଲ୍ଲୀ, ଜୁନ ୨୯ :

 ଜାପାନର ଓସାକାରେ ଆୟୋଜିତ ଜି-୨୦ ସମିତି ଔପଚାରିକ ଭାବେ ସମ୍ପୂର୍ଣ୍ଣ ହୋଇଛି । ଏହା ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଅଭିମୁଖେ ଗସ୍ତ କରୁଛନ୍ତି । ସମ୍ମିଳନୀର ଅନ୍ତିମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ର ସଦସ୍ୟ ଥିବା ରାଷ୍ଟ୍ରଙ୍କୁ ବୈଶ୍ୱିକ ବିପତିକାଳୀନ ପ୍ରଶମନ ମହାମେଂଟରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି । ମୋଦୀ କହିଛନ୍ତି କି, ଆପତିକାଳ ପାଇଁ ଖୁବ୍ ଶୀଘ୍ର ପ୍ରଭାବଶାଳୀ ପଦକ୍ଷେପ ନେବା ଆବଶ୍ୟକ କାରଣ ଏହା ଦ୍ୱାରା ଗରୀବଙ୍କୁ ଖୁବ୍ କ୍ଷତି ହୋଇଥାଏ ।

ଜି-୨୦ର ଗୁଣବତାପୂର୍ଣ୍ଣ ଅବସଂରଚନା ନିବେଶ ଏବଂ ବିକାଶ କର୍ପୋରେଶନ ଅଧିବେଶନ ମୋଦୀ କହିଛନ୍ତି କି, ଏହା କେବଳ ବିକାଶ ପାଇଁ ଜରୁରୀ ନୁହେଁ ବରଂ ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତିବା ପାଇଁ ଏହା ଆବଶ୍ୟକ । ଏହି ସମ୍ବନ୍ଧରେ ବ୍ୟୁନସ ଆୟର୍ସରେ ଜି-୨୦ର ବୈଠକରେ ଅନ୍ତରାଷ୍ଟ୍ରୀୟ ମହାମେଂଟ ଗଠନ କରିବା ନେଇ ଜୋର ଦେଉଛି । ସେ ଟ୍ୱିଟ୍ କରି ମଧ୍ୟ ଏହି ବିଷୟରେ କହିଛନ୍ତି ।

ଆଜି ସକାଳେ ମୋଦୀ ସମିତିର ଇଣ୍ଡୋନେସିଆ ଏବଂ ବ୍ରାଜିଲର ରାଷ୍ଟ୍ରପତିଙ୍କ ସହ ଅଲଗା ଅଲଗା ବୈଠକ ଦ୍ୱାରା ଦ୍ୱିପାକ୍ଷିକ ସମ୍ବନ୍ଧ ବୃଦ୍ଧି କରିବା ଏବଂ ବ୍ୟାପାର ତଥା ନିବେଶରେ ସହେଯାଗ ବୃଦ୍ଧି କରିବା ପାଇଁ ଚର୍ଚ୍ଚା କରିଥିଲେ । ଇଣ୍ଡୋନେଶିଆର ରାଷ୍ଟ୍ରପତି ଜୋକୋ ବିଡୋଡୋଙ୍କ ସହ ବୈଠକ ସମୟରେ ମୋଦୀ ବ୍ୟାପାର ତଥା ନିବେଶ, ରକ୍ଷା ଏବଂ ସାମୂଦ୍ରିକ ମୋର୍ଚା ଉପରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ଉପାୟ ବିଷୟରେ ଚର୍ଚା କରିଥିଲେ । ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ମୋଦୀଙ୍କର ଏହା ପ୍ରଥମ ଆଧୀକାରିକ ବୈଠକ ଥିଲା । ତେବେ ଆଜି ଏହି ସମ୍ମିଳନୀ ସମାପ୍ତ ହୋଇଯାଇଛି ।

ମୋଦୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି କି, ଜି-୨୦ ଶିଖର ସମ୍ମିଳନୀର ଆରମ୍ଭ ଜଣେ ମୂଲ୍ୟବାନ ମିତ୍ରଙ୍କ ସହ ଆରମ୍ଭ ହୋଇଥିଲା । ମୋଦୀ ରାଷ୍ଟ୍ରପତି ଜୋକୋଙ୍କ ସହ ଭାରତ ଏବଂ ଇଣ୍ଡୋନେଶିଆର ସହଯୋଗୀତା ଏବଂ ସମ୍ବନ୍ଧ ମଜବୁତ କରିବା ବିଷୟରେ ଚର୍ଚ୍ଚା କରିଛନ୍ତି ।