ନୂଆଦିଲ୍ଲୀ, ଜୁନ ୩୦:

 ଡୋନାଲ୍ଡ ଟ୍ରମ୍ପ ଉତର କୋରିଆର ସୀମାରେ ପ୍ରବେଶ କରିଥିବା ଆମେରିକାର ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି । ସେ ଉତର ଏବଂ ଦକ୍ଷିଣ କୋରିଆ ସୀମା ସ୍ଥିତ ଡିଏମଜିରେ କିମ ଜୋଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି । ତେବେ ସେମାନେ ତୃତୀୟ ଥର ପାଇଁ ସାକ୍ଷାତ କରୁଛନ୍ତି । ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ହୋଇପାରିବ ।

କିମ ଜୋଙ୍ଗଙ୍କ ସହ ସାକ୍ଷାତ କରି ତାଙ୍କ ସହ ବୈଠକ କରିବାକୁ ଯିବେ ବୋଲି ଏହା ପୂର୍ବରୁ ଟ୍ରମ୍ପ କହିଥିଲେ । ଏହା ସହ ସେ କହିଛନ୍ତି କି, ଆମେ ଖୁବ୍ ଶୀଘ୍ର ହାତ ମିଶାଇବୁ ଏବଂ ହେଲୋ କହିବୁ । କାରଣ ଭିଏତନାମା ବୁଝାମଣା ପରଠାରୁ ଆମ ମଧ୍ୟରେ କୌଣସୀ ସାକ୍ଷାତକାର ହୋଇ ନାହିଁ । ଏହା ବୋଧହୁଏ ଠିକ୍ ଦିଗକୁ ଏକ ଉଚିତ୍ ପଦକ୍ଷେପ । ଏହା ପୂର୍ବରୁ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ ଜେ ଇନ କହିଥିଲେ କି, ସେ ଅସୈନ୍ୟକୃତ ସ୍ଥାନକୁ ଯାଇ ପାରିବେ । କିନ୍ତୁ ଟ୍ରମ୍ପ-କିମଙ୍କ ସାକ୍ଷାତକାର ଉପରେ ବିଶେଷ ଧ୍ୟାନ ଦିଆଯିବ । ଆମେରିକା ଏବଂ ଉତର କୋରିଆ ମଧ୍ୟରେ ଯେଉଁ ତୃତୀୟ ସିଖର ସମ୍ମିଳନୀ ହେବାକୁ ଯାଉଛି ତାହା ଏହି ସାକ୍ଷାତକାର ଉପରେ ନିର୍ଭର କରୁଛି ।

ଟ୍ରମ୍ପ ଟ୍ୱିଟ କରି କହିଥିଲେ କି, ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହିତ ବୈଠକ ଏବଂ ଅନ୍ୟ ମହତ୍ୱପୂର୍ଣ୍ଣ ବୈଠକ ପରେ ମୁଁ ଜାପାନ ସହ ଦକ୍ଷିଣ କୋରିଆ ପାଇଁ ବାହାରିଯିବି । ଯଦି ଉତର କୋରିୟା ନେତା ଏହାକୁ ଦେଖିବେ ତେବେ ମୁଁ ତାଙ୍କ ସହ ସାକ୍ଷାତ କରିବି ।