ଅନ୍ୟ ଆଗରେ ନିଜକୁ ସହରୀ ଏବଂ ଷ୍ଟାଇଲିସ ଦେଖାଇବାର ଇଛା କାରଣରୁ ଆଜିକାଲିର ନୂତନ ଯୁବପିଢ଼ି ସିଗାରେଟ ଟାଣିବା ଆରମ୍ଭ କରିଥାଏ କିନ୍ତୁ ସେ ସଚେତ ହେବା ପୂର୍ବରୁ ହିଁ ସିଗାରେଟ ଅଭ୍ୟାସରେ ପଡିଯାଇଥଏ। ସିଗାରେଟ ଟାଣିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେବା ସହିତ ଅନେକ ଆତ୍ମଘାତୀ ରୋଗର କାରଣ ମଧ୍ୟ । ଏକ ରିସର୍ଚ୍ଚ ରିପୋର୍ଟ ଅନୁସାରେ ଏହା ସାବ୍ୟସ୍ତ ହୋଇଯାଇଛି ଯେ, ଦୁନିଆରେ ସବୁଠାରୁ ଅଧିକ ଭାରତୀୟମାନେ ହିଁ ସିଗାରେଟ ଟାଣିଥାନ୍ତି ଥାନ୍ତି । କିଛି ଲୋକ ଏହି ଖରାପ ଅଭ୍ୟାସରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ଆପଣାନ୍ତି, କିନ୍ତୁ ଛାଡି ପାରନ୍ତିନି । ଆଜି ଆମେ ଆପଣଙ୍କୁ ଏମିତି ଉପାୟ ଜଣାଇବୁ, ଯଦ୍ୱାରା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିବ ।

ମହୁରେ ଭିଟାମିନ, ଏଂଜାଇମ ଓ ପ୍ରୋଟିନ ଥାଏ, ଯାହାକି ଆରାମରେ ଧୂମ୍ରପାନ କରିବାର ଅଭ୍ୟାସକୁ ଦୂର କରେ । ଯେବେ ବି ସିଗାରେଟ ଟାଣିବାକୁ ଇଚ୍ଛା ହୁଏ, ମହୁ ଚାଟି ନିଅନ୍ତୁ । ଆପଣ ତୁଳସୀର ପତ୍ରକୁ ଚୋବାନ୍ତୁ । ପ୍ରତି ସକାଳେ ଓ ସନ୍ଧ୍ୟାରେ ପାଖାପାଖି ୨ରୁ ୩ଟି ତୂଳସୀ ପତ୍ର ଚୋବାଇଲେ ଏହି ଖରାପ ଅଭ୍ୟାସରୁ ମୁକ୍ତି ପାଇ ପାଇବେ । ଅଶ୍ୱଗନ୍ଧା : ଅଶ୍ୱଗନ୍ଧା ଅବସାଦକୁ ଦୂର କରିବା ସହିତ ନିଶା କରିବା ଅଭ୍ୟାସକୁ ବି ଦୂର କରିଥାଏ । ଏହାର ଚେରରେ ପ୍ରସ୍ତୁତ କରାଯାଇଥିବା ଚୂର୍ଣ୍ଣକୁ ପାଣି ସହିତ ଲଗାତାର କିଛି ଦିନ ପର୍ଯ୍ୟନ୍ତ ପିଇଲେ ସିଗାରେଟ ଟାଣିବାର ଖରାପ ଅଭ୍ୟାସ ଛାଡି ଯାଏ ।