ଅରଖ ଫୁଲ ସାଧାରଣତଃ ଶିବଙ୍କ ଆରାଧନାରେ ଲାଗିଥାଏ । କାରଣ ଏହା ଶିବଙ୍କର ପ୍ରିୟ ଫୁଲ । ହେଲେ ଏହାର କ୍ଷୀର ଯେ ଆମ ଶରୀର ପାଇଁ ଉପକାରୀ ତାହା ଅନେକଙ୍କୁ ଜଣା ନ ଥାଏ । କେହି କେହି କୁହନ୍ତି ଅରଖ ଗଛର କ୍ଷୀର ଚର୍ମରେ ଲାଗିଲେ ଘା’ ହୋଇଥାଏ । ହେଲେ ଏହାକୁ ଠିକ୍ ଉପାୟରେ ପ୍ରୟୋଗ କଲେ ଆମେ କିଛି ଶାରୀରିକ ସମସ୍ୟାରୁ ମୁକ୍ତି ପାଇ ପାରିବା । ବେଳେ ବେଳେ ଶରୀରର କେତେକ ସ୍ଥାନରେ ଗଣ୍ଠି ବା ଗେଟା ହେବା ଭଳି ଦେଖାଦିଏ । ଏହାକୁ ଅନେକ ଅବହେଳା କରିଥାଆନ୍ତି । ଆଉ ବିଳମ୍ବ କଲେ ଏହା ବଢି ଯାଇଥାଏ । ଶେଷରେ ଡାକ୍ତର ଏହାକୁ ଅପରେଶନ କରିବାକୁ ପରାମର୍ଶ ଦିଅନ୍ତି । ହେଲେ ଘରୋଇ ଉପଚାର ମାଧ୍ୟମରେ ଏହାକୁ ଠିକ୍ କରାଯାଇ ପାରିବ । ଯେଉଁ ସ୍ଥାନରେ ଗେଟା ବା ଗଣ୍ଠି ଭଳି ଲାଗୁଛି ସେହି ସ୍ଥାନରେ ଅରଖ କ୍ଷୀରକୁ ମାଟିରେ ଗୋଳାଇ ଲଗାଇଲେ ଉପକାର ମିଳିଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି ।