ଜଗତସିଂହପୁର,୧୦ ସେପ୍ଟେମ୍ବର : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ଅନ୍ତର୍ଗତ ଗଡ଼ହରିଶପୁରରେ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି । ଦେଢ଼ବର୍ଷ ପରେ ଅଭିଯୁକ୍ତକୁ ମିଳିଲା ଫାଶୀଦଣ୍ଡାଦେଶ। ୨୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଜଗତସିଂହପୁର ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତ କାଳିଆ ମାନା ଓରଫ ନବକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାର ଶୁଣାଣୀ କରୁଥିବା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହି ରାୟ ଦେଇଛନ୍ତି ।

୨୦୧୮ ମାର୍ଚ୍ଚ ୨୦ ତାରିଖରେ ଏରସମା ଥାନା ଅଞ୍ଚଳରେ ଜଣେ ନାବାଳିକା ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ଚକୋଲେଟ୍‌ର ଲୋଭ ଦେଖାଇ ଅଭିଯୁକ୍ତ କାଳିଆ ନାବାଳିକାକୁ ନିଜଟକସ୍ଥ କାଜୁ ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ତାକୁ ଦୁଷ୍କର୍ମ ପରେ ତଣ୍ଟିଚିପି ହତ୍ୟା ଫିଙ୍ଗି ଦେଇଥିଲା। ପରେ ଅଭିଯୁକ୍ତ ମୃତଦେହ ଉପରେ ଡାଳ ପତ୍ର ପକାଇ ଦେଇ ଦେଇ ଗାଁରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା କାଳିଆ ମାନ୍ନାକୁ କଟକରୁ ପୋଲିସ ଗିରଫ କରିଥିଲା ।